କୋରନା ଭଳି ଏକ ମହାବିପତ୍ତି ଯେତେବେଳେ ସମଗ୍ର ପୃଥିବୀରେ ବସବାସ କରୁଥିବା ସମସ୍ତ ମାନବ ସଭ୍ୟତାକୁ ଗ୍ରାସ କରିବା ଆରମ୍ଭ କରିଦେଇଥିଲା , ସେତେବେଳେ ଭାରତରେ କେବଳ ଏହି ମହାବିପତ୍ତି ର ଆଭାସ ମାତ୍ର ଶୁଣାଗଲା କିନ୍ତୁ ଚାଂହୁ ଚାଂହୁ ତାହା ଏବେ ସମ୍ପୂର୍ଣ ଭାରତ ବର୍ଷକୁ ଗ୍ରାସୀ ସାରିଲାଣି , ମାନ୍ୟବର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ମାର୍ଚ୍ଚ ୨୪ତାରିଖରେ ସମ୍ପୂର୍ଣ ତାଲାବନ୍ଦ ଘୋଷଣା କରାଗଲା। ଏହି ତାଲାବନ୍ଦ ସମୟରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଲେ ଆମ ଦେଶର ସମସ୍ତ ଜନସାଧାରଣ କାହିଁକିନା ଏଭଳି ଏକ ବିକଟାଳ ସ୍ଥିତି ଆମ ସମସ୍ତଙ୍କ ପାଇଁ ନୂଆ ଥିଲା ।ଏହି ସବୁ ଅସୁବିଧାକୁ ଅଙ୍ଗେ ଅଙ୍ଗେ ଅନୁଭବ କରି ସାହିଭାଇ ,ପୁରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି ଅସହାୟ ମାନଙ୍କ ପାଇଁ କିଛି କରିବା ନିମନ୍ତେ ବହୁ ବ୍ୟଗ୍ର ହେଉଥାନ୍ତି କିନ୍ତୁ ଯେହେତୁ ସରକାରଙ୍କ ଅନୁମତି ନଥିଲା ଘର ବାହାରକୁ ବାହାରିବା ନିମନ୍ତେ ତେଣୁ ବହୁତ ମନକଷ୍ଟ ରେ ସମୟ କଟୁଥାଏ , ଠିକ ଏହି ସମୟରେ *ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହିଭାଇ ଅନୁଷ୍ଠାନ ର *୧୯ଜଣ ସଦସ୍ୟଙ୍କୁ* କୋବିଡ଼୧୯ ସ୍ବେଚ୍ଛାସେବୀ* ଭାବେ ପୁରୀ ଜିଲ୍ଲାରେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ନିମନ୍ତେ ଅନୁମତି ପ୍ରଦାନ କଲେ।
ଏହିଠାରୁ ହି ଆରମ୍ଭ ହେଲା *ସାହିଭାଇ ଅନୁଷ୍ଠାନ*ର ସମାଜ ପାଇଁ ଉଦ୍ଧିଷ୍ଟ କୋରନା ମହାବିପତ୍ତି ରୁ ରକ୍ଷାପାଇବା ପାଇଁ ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟଗୁଡିକ ।
ପଶୁପକ୍ଷୀ ଙ୍କ ସେବା :-_
ଏହି କାର୍ଯ୍ୟ କୁ ସମ୍ପାଦକ *ଚନ୍ଦ୍ରଶେଖର ମିଶ୍ର*ଙ୍କ ନେତୃତ୍ୱ ରେ ସମ୍ପାଦନ କରାଯାଇଥିଲା।
କ) *ଯାଗ୍ରତପ୍ରହରୀ ଙ୍କ ସେବା ରେ ସାହିଭାଇ
କାର୍ଯ୍ୟ ଭିତରେ ହଟାତ ସନ୍ଧ୍ୟାରେ ସମସ୍ତ କାର୍ଯ୍ୟସାରି ଘରକୁ ଫେରୁଥିବାବେଳେ ଆମ ଅନୁଷ୍ଠାନ ଜଣେ ସଦସ୍ୟ ଅନୁଭବ କଲେ କି ଯେମିତି ରାସ୍ତକଡ ର ଏକ ବୁଲାକୁକୁର ଗୋଷ୍ଠୀ ଅସହାୟ ନଜରରେ ଚାହିଁଥାନ୍ତି ଯେମିତି ସେହି କୁକୁର ମାନେ ଭୋକର ଜ୍ୱାଳା କୁ ନିଜ ପେଟ ଭିତରେ ରଖି ଶବ୍ଦ ବିହୀନ ଭାଷାରେ କହୁଥାନ୍ତି କି କିଛି ଖାଦ୍ୟ ଆମକୁ ଦିଅନ୍ତୁ, ସେ ବି ଭୋକିଲା ଏହି ଚିତ୍ରକୁ ଅନୁଭବ କରି ସଦସ୍ୟ ଜଣଙ୍କ ଅନୁଷ୍ଠାନ ର ମୁଖ୍ୟଙ୍କୁ ଏହି ବିଷୟରେ ଅବଗତ କରିଥିଲେ ଏବଂ ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା ସଙ୍ଗେ ସଙ୍ଗେ ଚୁଡା ଚିନି ଅମୂଲ ର ବ୍ୟବସ୍ଥା କରି ସେସବୁକୁ ଏକାଠି ଭଲ ଭାବେ ମିଶ୍ରଣ କରି ବାଣ୍ଟିବା ବନ୍ଦୋବସ୍ତ କରିଥିଲେ ସେହି କୁକୁର ମାନଙ୍କୁ। ତିନି ଦିନ ଅର୍ଥାତ ମାର୍ଚ୍ଚ ୨୬ ରୁ ୨୮ତାରିଖ ଯାଏଁ ଚୁଡା ଚକଟା ବଣ୍ଟନ କରାଯାଇଥିଲା ,
ପରଦିନଠୁ ସାହିଭାଇ ଅନୁଷ୍ଠାନ ର ଉପଦେଷ୍ଟା ସୁରେନ୍ଦ୍ର ମିଶ୍ର ଏବଂ ଗୋପୀ ସାର ଙ୍କ ପରାମର୍ଶ ତଥା ଆର୍ଥିକ ସହାୟତା ରେ ପ୍ରତ୍ୟେକ ଦିନ ୨୦ଜଣ ସଦସ୍ୟ ଙ୍କ ସହିତ ଚିକେନ୍ ବିରିୟାନି ପ୍ରସ୍ତୁତ କରାଯାଇ ବଣ୍ଟନ କରାଗଲା।ସେହି ଦିନଠାରୁ ମେ ମାସ ୧୬ ତାରିଖ ପର୍ଯ୍ୟନ୍ତ (୫୦ ଦିନ)ପ୍ରତ୍ୟହ ୧୦୦୦ କୁକୁରଙ୍କ ମାନଙ୍କ ପାଇଁ ୧୦ କିଲୋ ଚିକେନ୍ ଏବଂ ୬୦ କିଲୋ ଚାଉଳ ରନ୍ଧା ହୋଇ ପୁରୀ ସହରରେ ବିଭିନ୍ନ ସ୍ଥାନରେ ରହୁଥିବା କୁକୁର ମାନଙ୍କୁ ମଟରସାଇକେଲ ରେ ଖାଦ୍ୟ ସାମଗ୍ରୀ ରଖି ବୁଲିବୁଲି ବିତରଣ କରଯାଇଥିଲା ସମସ୍ତ ସଦସ୍ୟ ନିଜ ନିଜର ମଟର ସାଇକେଲ ମାଧ୍ୟମରେ ନିଜ ପକେଟରୁ ଖର୍ଚ୍ଚ କରି ବଣ୍ଟନ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ରନ୍ଧନ କାର୍ଯ୍ୟ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଜଟି କର ମହୋଦୟ ଙ୍କ ଦ୍ଵାରା ସମ୍ପାଦିତ ହେଉଥିଲା ।
(ଖ) ଗୋ ସେବାରେ ସାହିଭାଇ*
ଏହି ସମୟ ଭିତରେ ଗୋଵଂଶ ନିମନ୍ତେ ଚୁନି ଚୋକଡ଼ , କୁଣ୍ଡା ତୋରାଣି ମିଶ୍ରଣ କରି ଏକ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ପୁରୀ ସହର ତଥା ଆଖପାଖ ଅଞ୍ଚଳରେ ରହୁଥିବା ଅନ୍ୟୁନ ୩୦ ରୁ ୪୦ ଗାଈ ଷଣ୍ଢ ଙ୍କୁ ପ୍ରତିଦିନ ପ୍ରଦାନ କରାଯାଇଛି।
ସ୍ୱାସ୍ଥ୍ୟ ସେବା:-
ସାହିଭାଇ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି *ବ୍ରଜବନ୍ଧୁ ମହାରଣା*ଙ୍କ ନେତୃତ୍ୱ ରେ ସମ୍ପାଦିତ ହୋଇଥିଲା।
(କ) କୋରନା ମୁକ୍ତ ପାଇଁ ପ୍ରଶାସନ କୁ ସହାୟତା :-
ମାର୍ଚ୍ଚ ମାସ ୨୪ ତାରିଖ ରୁ ପୁରୀ ସହରକୁ କିଭଳି କୋରନା ମୁକ୍ତ ରଖାଯାଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିବା ସହିତ ବଡଦାଣ୍ଡକୁ ଗହଳି ମୁକ୍ତ ରଖିବା ତଥା ବଡଦାଣ୍ଡରେ ଦୈନିକ ହାରାହାରି ୫୦୦ ରୁ ୧୦୦୦ ଟି ବସୁଥିବା ଖୁଚୁରାବଜାର ଗୁଡିକୁ ସ୍ଥାନାନ୍ତର କରାଯାଇଥିଲା।
(ଖ) ସଚେତନତା
ଦୈନିକ ୮-୧୦ ପୁରୀର ସାହି(ଦୋଳମଣ୍ଡପ ସାହି,ପାତ୍ର ସାହି,ପଥୁରିଆ ସାହି, ଅନ୍ୟ କିଛି ସାହି),ଗ୍ରାମ ପୁରୀ(ପୁରୀ ସଦର ର ବିରହରେକୃଷ୍ଣପୂର୍,ତଲଜଂଘ ଇତ୍ୟାଦି ଗ୍ରାମ) ତଥା ପୁରୀ ସହରର ବିଭିନ୍ନ ବସ୍ତି ରେ ୫୦୦ ରୁ ୧୦୦୦ ସଂଖ୍ୟକ ଜନସାଧରଙ୍କୁ ମାଇକି ଯୋଗେ ବୁଲି ବୁଲି ସାମାଜିକ ଦୂରତା ରକ୍ଷା, ମାସ୍କ ଏବଂ ସାନିଟାଇଜର ବ୍ୟବହାର ବିଷୟରେ ସଚେତନ କରାଯାଇଥିଲା ।ଏବଂ ପୁରୀ ଜିଲ୍ଲାର ୨୦ ରୁ ୩୦ (ଗୁଣ୍ଡିଚା ମନ୍ଦିର,ନୃସିଂହ ମନ୍ଦିର,ସ୍ଵର୍ଗଦ୍ଵାର ଡାକ୍ତରଖାନା ପରି) ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସାନିଟାଇଜର ଦ୍ୱାରା ବିଶୋଧନ ମଧ୍ୟ କରାଯାଇଛି ।
(ଗ) ଶେଷ ସାଥି ଙ୍କ ସେବାରେ
ଅନୁଷ୍ଠାନର ଶେଷସାଥି ସେବା ମଧ୍ୟ କୋରନା ମହାମାରୀ ସମୟରେ ଜାରି ରହିଥିଲା । କୋରନା କଟକଣା କୁ ଦୃଷ୍ଟିରେ ରଖି ଅନ୍ୟୁନ ୨୫ ରୁ 30 (ସିଝୁଆ, ଭୁବନେଶ୍ୱର ର °✓ ନିଶାମଣି ସାହୁ, ଚଣଗୋରଡା, ପଟ୍ଟନାୟିକା ପୁରୀ ର °✓ବିଳାସିନୀ ପଣ୍ଡାଙ୍କ ପରି)ଅସହାୟ ମାନଙ୍କ ଶବ ସତ୍କାର କାର୍ଯ୍ୟ କୁ ଅନୁଷ୍ଠାନ ହାତ କୁ ନେଇଥିଲା ।
ବରିଷ୍ଠ ଗୁରୁଜନଙ୍କ ସେବା ରେ ସାହିଭାଇ :-
କୋରନା ମହାମାରୀ ର ଭୟାବହତା ଓ ପରିସ୍ଥିତି କୁ ଦୃଷ୍ଟିରେ ରଖି ୬୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ମାନଙ୍କୁ ଘରୁ ବାହାରିବା ପାଇଁ ଲାଗିଥିବା କଟକଣା କୁ ସରଳ କରିବା ପାଇଁ ଅନୁଷ୍ଠାନ ତରଫରୁ ସଦସ୍ୟ *ଶ୍ରୀଯୁକ୍ତ ବ୍ରଜକିଶୋର ସାହୁ ଙ୍କ ନେତୃତ୍ୱରେ ପୁରୀର ହାରାହାରି ୨୦ ଜଣ ଗୁରୁଜନଙ୍କୁ ସହଯୋଗ ର ହାତ ବଢାଇ ଦିଆଯାଇଥିଲା । ସେମାନଙ୍କ ଆବଶ୍ୟକୀୟ ଜରୁରୀ ସାମଗ୍ରୀ , ଔଷଧ ଓ ପନିପରିବା ବଜାରରୁ ସେମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ଅନୁଷ୍ଠାନ ର ସଦସ୍ୟ ମାନେ ଗ୍ରହଣ କରିଥିଲେ ।
ବସ୍ତି ବାସିନ୍ଦା ଙ୍କ ସହଯୋଗ ରେ ସାହିଭାଇ:-_ ଏହି କାର୍ଯ୍ୟକୁ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ *ସୁରେଶ କର ଙ୍କ ନେତୃତ୍ୱ ରେ ସମ୍ପାଦନ କରାଯାଇଛି।
ନାରାୟଣ ସେବା ୧
ତା ୦୧.୦୪.୨୦୨୦ ରିଖ ଠାରୁ ସୁରେଶ କର ଙ୍କ ନେତୃତ୍ୱରେ ୨୦ ରୁ୨୫ ଜଣ ସଦସ୍ୟ ଙ୍କୁ ନେଇ ପ୍ରତ୍ୟେକ ଦିନ ପୁରୀର ବିଭିନ୍ନ ବସ୍ତି ରେ (ପେଣ୍ଠକଟା ,ମୋଚିସାହି, ବଳିନୋଲିଆ ସାହି ପରି ବିଭିନ୍ନ ବସ୍ତି)ଅସହାୟ ମଣିଷ ମାନଙ୍କ ପାଇଁ ୨୫କିଲୋ ଚାଉଳ ଏବଂ ୧୫କିଲୋ ଡାଲି ଓ ପନିପରିବା ସଂଗ୍ରହ କରାଯାଇ ଭାତ ଓ ଡାଲମା ପ୍ରସ୍ତୁତ କରାଯାଇ ତାହାକୁ ପୁରୀ ସହର ୨୦ଟି ବସ୍ତି ,ତଥା ଆଖପାଖ ଅଞ୍ଚଳରେ ରହୁଥିବା ଖଟିଖିଆ ଦିନ ମଜୁରିଆ , ମାନସିକ ବିକୃତ ଏବଂ ଅନ୍ୟ ଅସହାୟ ଭାବରେ ରହୁଥିବା ମଣିଷ ମାନଙ୍କୁ ପ୍ରତ୍ୟେକ ଦିନ ୪୦ ରୁ ୫୦ ଜଣ ଙ୍କ ମଧ୍ୟରେ ବିତରଣ କରାଯାଇଥିଲା।
*ପ୍ରବାସୀ ଶ୍ରମିକ ମାନଙ୍କ ସେବା ରେ ସାହିଭାଇ*
ଏହି କାର୍ଯ୍ୟକ୍ରମ ଟି ସଦସ୍ୟ *ଶ୍ରୀଯୁକ୍ତ ଶଶାଙ୍କଶେଖର ମିଶ୍ର ଙ୍କ ନେତୃତ୍ୱ ରେ ହୋଇଥିଲା।
ପୁରୀ ସହରକୁ ଆସିଥିବାପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ତଥା ରାସନ ସାମଗ୍ରୀ ସେମାନେ ଆଶ୍ରୟ ନେଇଥିବା ସ୍ଥାନରେ ବିତରଣ କରାଯାଇଥିଲା।
ଅନୁଭୂତି:-
ଏହି ୫୦ ଦିନର ସେବା କାର୍ଯ୍ୟ ମଧ୍ୟରେ ଅନେକ ଅଭୁଲା ସ୍ମୃତି ସବୁକୁ ସାଉଁଟି ରଖିଛନ୍ତ ସାହିଭାଇ ଅନୁଷ୍ଠାନ ର ସଦସ୍ୟ ଗଣ , ତନ୍ମଧ୍ୟରୁ ଏକ ଅଭୁଲା ଅନୁଭୂତି ହେଲା,ଦିନେ ସ୍ୱର୍ଗଦ୍ୱାର ରେ ରହିଥିବା ଏକ ଗୋମାତା ଗୋଟେ ଛୋଟିଆ ବାଛୁରୀ ଛୁଆ କୁ ଜନ୍ମଦେଇଥାଏ ତେଣୁ ସେ ତା ପାଖକୁ ଯାଉଥିବା ସମସ୍ତ ମଣିଷଙ୍କୁ ସେଠାରୁ ଘଉଡାଇବା ନିମନ୍ତେ ଆକ୍ରମଣ କରୁଛି ବୋଲି ଅଭିଯୋଗ ବି ଥାଏ କିନ୍ତୁ ଆମ ଅନୁଷ୍ଠାନ ର ସଦସ୍ୟଙ୍କୁ ସେହି ଗୋମାତା କିଛି ବି କରିନଥିଲା, ସେହି ଗୋମାତା ର ସେବା କରିବା ସହିତ ଛୋଟିଆ ବାଛୁରୀ ଟିକୁ ଅନେକ ପ୍ରକାରର ଭଲପାଇବା ଦେଇ ନବଜାତ ବାଛୁରୀ ଟିକୁ ସୁରକ୍ଷା ପ୍ରଦାନ କରାଯାଇଥିଲା ଏଥିପାଇଁ ସମସ୍ତଙ୍କ ଦୃଷ୍ଟିରେ ଅଭିଯୁକ୍ତା ହୋଇ ସାରିଥିବା ସେହି ଗୋମାତା ନିଜର ବାତ୍ସଲ୍ୟ ପ୍ରେମ ଆମକୁ ବି ପ୍ରଦାନ କରି ଆମକୁ ତା ପ୍ରେମରେ ବାନ୍ଧିରଖିଥିଲା , ସତରେ ସେଦିନର ସେ ଅଭୁଲା ସ୍ମୃତି ଚିରଦିନ ସ୍ମରଣୀୟ ହୋଇ ରହିବ।
ଏହି ସମସ୍ତ ସେବା କାର୍ଯ୍ୟ ଗୁଡିକ ସାହିଭାଇ ସମ୍ପାଦକଙ୍କ ଦେଖାରଖା ରେ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ୧୯ଜଣ ସଦସ୍ୟ ୫୦ ଦିନ ଯାଏଁ ନିଃସ୍ୱାର୍ଥପର ମନୋଭାବ ରେ କାର୍ଯ୍ୟ ଗୁଡିକ ଅତି ଆନନ୍ଦ ରେ ସମ୍ପଦନା କରିଥିଲେ। କୁକୁର ମାନଙ୍କୁ ଦିଆଯାଉଥିବା ଖାଦ୍ୟ ପାଇଁ ଓଡ଼ିଶା ସରକାର ଗତ ଅପ୍ରେଲ ୦୧ (ଉତ୍କଳ ଦିବସ)ରେ ତାଙ୍କ telicast ରେ ଅନୁଷ୍ଠାନ ର ବଣ୍ଟନ କାର୍ଯ୍ୟ ର ତୈଳ ଚିତ୍ରକୁ ସ୍ଥାନ ଦେଇଥିଲେ। ଏବଂ ବିଭିନ୍ନ ଓଡ଼ିଆ ଗଣମାଧ୍ୟମ(ପ୍ରମେୟ,ଧରିତ୍ରୀ ପରି) ରେ ସ୍ଥାନ ପାଇଛି ଏବଂ ଇଂରାଜୀ ଖବରକାଗଜ ଓଡ଼ିଶା ପୋଷ୍ଟ ରେ ଅନୁଷ୍ଠାନ ର କାର୍ଯ୍ୟ ମାନ ସ୍ଥାନ ପାଇଥିଲା। ଏହି ସବୁ କାର୍ଯ୍ୟକୁ ତୁଲାଇବା ନିମନ୍ତେ ଆମକୁ ପୁରୀ ଜିଲ୍ଲା ପ୍ରଶାସନ ସହିତ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ମାନଙ୍କ ଙ୍କ ଦ୍ଵାରା ଦିଆଯାଇଥିବା ଅବଦାନ ଅତୁଳନୀୟ । ସମସ୍ତଙ୍କୁ ଧନ୍ୟବାଦ ।
ଜୟ ଶ୍ରୀ ଜଗନ୍ନାଥ
Comments
Post a Comment